ଶ୍ଵାସ ସମ୍ବନ୍ଧୀୟ ଜୀବାଣୁ, COVID-19: ଚିହ୍ନଟ, ପ୍ରତିରୋଧ, ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପାଇଁ ପଦ୍ଧତି

Go to class
Write Review

ଶ୍ଵାସ ସମ୍ବନ୍ଧୀୟ ଜୀବାଣୁ, COVID-19: ଚିହ୍ନଟ, ପ୍ରତିରୋଧ, ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପାଇଁ ପଦ୍ଧତି provided by OpenWHO is a comprehensive online course. Upon completion of the course, you can receive an e-certificate from OpenWHO. The course is taught in Oriyaand is Free Certificate. Visit the course page at OpenWHO for detailed price information.

Overview
  • କରୋନାଭାଇରସ୍ ଜୀବାଣୁର ଏକ ବୃହତ ପରିବାର ଯାହାକି ସାଧାରଣ ଥଣ୍ଡା ଠାରୁ ଆରମ୍ଭ କରି ଅଧିକ ଗୁରୁତର ରୋଗ ଯେପରିକିମଧ୍ୟ ପୂର୍ବ ଶ୍ଵାସକ୍ରିୟା ସିଣ୍ଡ୍ରୋମ (MERS) ଏବଂ ଗୁରୁତର ତୀବ୍ର ଶ୍ଵାସକ୍ରିୟା ସିଣ୍ଡ୍ରୋମ (SARS) ଭଳି ରୋଗ ସୃଷ୍ଟିକରିଥାଏ |

    ଚାଇନାର ୱୁହାନରେ ୨୦୧୯ ରେ ଏକ ନୂତନ କରୋନାଭାଇରସ୍ (COVID-19) ଚିହ୍ନଟ ହୋଇଥିଲା | ଏହା ଏକ ନୂତନକରୋନାଭାଇରସ୍ ଯାହା ପୂର୍ବରୁ ମଣିଷମାନଙ୍କଠାରେ ଚିହ୍ନଟ ହୋଇନଥିଲା|

    ଏହି ପାଠ୍ୟକ୍ରମ COVID-19 ଏବଂ ଉଦୀୟମାନ ଶ୍ଵାସ ସମ୍ବନ୍ଧୀୟ ଜୀବାଣୁ ଗୁଡିକ ବିଷୟରେ ଏକ ସାଧାରଣ ପରିଚୟ ପ୍ରଦାନ କରେ

    ଏବଂ ମିଳିତ ଜାତିସଂଘ, ଆନ୍ତର୍ଜାତୀୟ ସଂଗଠନ ଏବଂ ଏନଜିଓରେ କାର୍ଯ୍ୟ କରୁଥିବା ଜନସ୍ୱାସ୍ଥ୍ୟ ବୃତ୍ତିଗତ, ଘଟଣା ପରିଚାଳକ ଏବଂକର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ |

    ଦୟାକରି ଧ୍ୟାନ ଦିଅନ୍ତୁ ଯେ ବର୍ତ୍ତମାନର ମାର୍ଗଦର୍ଶନକୁ ପ୍ରତିଫଳିତ କରିବା ପାଇଁ ଏହି ପାଠ୍ୟକ୍ରମର ବିଷୟବସ୍ତୁ ବର୍ତ୍ତମାନ ସଂଶୋଧିତ ହେଉଛି | ଆପଣ ନିମ୍ନଲିଖିତ ପାଠ୍ୟକ୍ରମରେ ନିର୍ଦ୍ଦିଷ୍ଟ COVID-19 ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଅଦ୍ୟତନ ସୂଚନା ପାଇପାରିବେ:

    ଟୀକାକରଣ: COVID-19 ଟିକା ଚ୍ୟାନେଲ

    IPC ମାପ: COVID-19 ପାଇଁ IPC

    ଆଣ୍ଟିଜେନ୍ ଦ୍ରୁତ ନିଦାନ ପରୀକ୍ଷା: 1) SARS-CoV-2 ଆଣ୍ଟିଜେନ୍ ଦ୍ରୁତ ନିଦାନ ପରୀକ୍ଷା; 2) SARS-CoV-2 ଆଣ୍ଟିଜେନ୍ RDT କାର୍ଯ୍ୟକାରିତା ପାଇଁ ମୁଖ୍ୟ ବିଚାର

Syllabus
  • Course information

    ଏହି ପାଠ୍ୟକ୍ରମ ନିମ୍ନଲିଖିତ ଭାଷାରେ ମଧ୍ୟ ଉପଲବ୍ଧ:

    English - français - Español - 中文 - Português - العربية - русский - Türkçe - српски језик - فارسی - हिन्दी, हिंदी - македонски јазик - Tiếng Việt - Indian sign language - magyar - Bahasa Indonesia - বাংলা - اردو - Kiswahili - አማርኛ - Hausa - Tetun - Deutsch - Èdè Yorùbá - Asụsụ Igbo - ਪੰਜਾਬੀ - isiZulu - Soomaaliga - Afaan Oromoo - دری - Kurdî - پښتو - मराठी - Fulfulde- සිංහල - Latviešu valoda - తెలుగు - Esperanto - ภาษาไทย - chiShona - Kreyòl ayisyen - Казақ тілі - தமிழ் - Ελληνικά

    ସାରାଂଶ: ଏହି ପାଠ୍ୟକ୍ରମ ମାଧ୍ୟମ ରେ ଶ୍ଵାସ ସମ୍ବନ୍ଧୀୟ ଜୀବାଣୁ ଏବଂ ନୂତନ କରୋନା ଭାଇରସ ବିଷୟ ରେ ସାଧାରଣ ସୂଚନା ଦିଆଯାଇଛି। ଏହି ପାଠ୍ୟକ୍ରମ ର ସମପୃକ୍ତି ପରେ ଆପଣ ନିମ୍ନଲିଖିତ ସୂଚନା ଜାଣିପାରିବେ:

    • ଉଦୀୟମାନ ଶ୍ଵାସ ସମ୍ବନ୍ଧୀୟ ଜୀବାଣୁର ପ୍ରକୃତି, କିପରି ଏକ ରୋଗର ଚିହ୍ନଟ ଏବଂ ମୂଲ୍ୟାଙ୍କନ କରାଯାଏ, ଏବଂ ଏହି ଜୀବାଣୁ ଜନିତ ରୋଗକୁ ରୋକିବା ଏବଂ ନିୟନ୍ତ୍ରଣ କରିବାର ପ୍ରକ୍ରିୟା;
    • ଏହି ନୂତନ ଭାଇରସ୍ ସମ୍ବନ୍ଧି ବିପତ୍ତି କୁ ଲୋକମାନଙ୍କୁ ଜଣେଇବା ପାଇଁ ଏବଂ ଏହାର ଚିହ୍ନଟ, ପ୍ରତିରୋଧ ଏବଂ ପ୍ରତିକ୍ରିୟା ପାଇଁ କେଉଁ କୌଶଳ ବ୍ୟବହାର କରାଯିବା ଉଚିତ୍?

    ଏହି ପ୍ରସଙ୍ଗରେ ଆଗକୁ ସାହାଯ୍ୟ କରିବାକୁ ପ୍ରତ୍ୟେକ ମଡ୍ୟୁଲ୍ ସହିତ ଉତ୍ସ ଗୁଡ଼ିକ ସଂଲଗ୍ନ କରାଯାଇଛି।

    ଶିକ୍ଷା ଉଦ୍ଦେଶ୍ୟ: ଉଦୀୟମାନ ଶ୍ଵାସ ସମ୍ବନ୍ଧୀୟ ଜୀବାଣୁ ର ମୌଳିକ ନୀତି ଗୁଡିକ ଜାଣିବା ଏବଂ ଏହି ସଂକ୍ରମଣ ପାଇଁ ପ୍ରଭାବଶାଳୀ ପ୍ରତିକ୍ରିୟା ବର୍ଣ୍ଣନା କରିବା ।

    ପାଠ୍ୟକ୍ରମର ଅବଧି: ପ୍ରାୟ 3 ଘଣ୍ଟା |

    ପ୍ରମାଣପତ୍ର: ଏକ ରେକର୍ଡ ଅଫ୍ ଆଚିଭମେଣ୍ଟ ସାର୍ଟିଫିକେଟ୍ ଅଂଶଗ୍ରହଣକାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ସମସ୍ତ କୁଇଜ୍ ମଧ୍ୟରେ ଉପଲବ୍ଧ ମୋଟ ପଏଣ୍ଟଗୁଡିକର ଅତିକମରେ 80% ସ୍କୋର କରନ୍ତି | ଅଂଶଗ୍ରହଣକାରୀମାନେ ଯେଉଁମାନେ ଏକ ରେକର୍ଡ ଅଫ୍ ଆଚିଭମେଣ୍ଟ ଗ୍ରହଣ କରନ୍ତି ସେମାନେ ମଧ୍ୟ ଏହି ପାଠ୍ୟକ୍ରମ ପାଇଁ ଏକ ଓପନ୍ ବ୍ୟାଜ୍ ଡାଉନଲୋଡ୍ କରିପାରିବେ | କିପରି ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ |

    Emerging respiratory viruses, including COVID-19: methods for detection, prevention, response and control, 2020 କୁ ଓଡିଆ ଭାଷାରେ ଅନୁବାଦ କରାଯାଇଛି | ଏହି ଅନୁବାଦର ବିଷୟବସ୍ତୁ କିମ୍ବା ସଠିକତା ପାଇଁ WHO ଦାୟୀ ନୁହେଁ। ଇଂରାଜୀ ଏବଂ ଓଡିଆ ଭାଷା ଅନୁବାଦ ମଧ୍ୟରେ କୌଣସି ଅସଙ୍ଗତି ହେଲେ, ମୂଳ ଇଂରାଜୀ ସଂସ୍କରଣ ବାଧ୍ୟତାମୂଳକ ଏବଂ ପ୍ରାମାଣିକ ସଂସ୍କରଣ ଭାବେ ଗ୍ରହଣ କର ଯାଇ ପାରିବ |

    WHO ଦ୍ଵାରା ଏହି ଅନୁବାଦ ଯାଞ୍ଚ କରାଯାଇ ନାହିଁ | ଏହି ଉତ୍ସ କେବଳ ଶିକ୍ଷାଗତ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ |

    Course contents

    • ମଡ୍ୟୁଲ୍ A: COVID-19 ଅନ୍ତର୍ଭୁକ୍ତ ଉଦୀୟମାନ ଶ୍ଵାସକ୍ରିୟା ଜୀବାଣୁ ଗୁଡିକର ପରିଚୟ:

      ଶିକ୍ଷାର ଉଦ୍ଦେଶ୍ୟ: COVID-19 ସମେତ ଅନ୍ୟ ଉଦୀୟମାନ ଶ୍ଵାସକ୍ରିୟା ଜୀବାଣୁ ମାନବ ସ୍ଵାସ୍ଥ୍ୟ ପାଇଁ ଏକ ବିଶ୍ଵ ସ୍ତରୀୟ ବିପଦ କାହିଁକି ବୋଲି ବ୍ୟାଖ୍ୟା କରି ପରିବା ।
    • ମଡ୍ୟୁଲ୍ B: COVID-19 ସମେତ ଅନ୍ୟ ଉଦୀୟମାନ ଶ୍ଵାସକ୍ରିୟା ଜୀବାଣୁ ର ଚିହ୍ନଟ: ନୀରିକ୍ଷଣ ଏବଂ ଲାବୋରେଟୋରୀ ଅନୁସନ୍ଧାନ:

      ଶିକ୍ଷାର ଉଦ୍ଦେଶ୍ୟ: ଏକ ଉଦୀୟମାନ ଶ୍ଵାସକ୍ରିୟା ଜୀବାଣୁ କିପରି ଚିହ୍ନଟ ଏବଂ ମୂଲ୍ୟାଙ୍କନ କରାଯିବ ତାହା ବର୍ଣ୍ଣନା କରିବା |
    • ମଡ୍ୟୁଲ୍ C: ବିପଦ ସମୟ ରେ ଯୋଗାଯୋଗ ଏବଂ ସାମ୍ପ୍ରଦାୟିକ ଯୋଗଦାନ:

      ଶିକ୍ଷାର ଉଦ୍ଦେଶ୍ୟ: ବିପଦରେ ଯୋଗାଯୋଗ କରିବା ଏବଂ COVID-19 କୁ ଚିହ୍ନିବା, ପ୍ରତିରୋଧ ଏବଂ ପ୍ରତିକ୍ରିୟା କରିବା ପାଇଁ ସମ୍ପ୍ରଦାୟଗୁଡିକୁ ନିୟୋଜିତ କରିବା ପାଇଁ କେଉଁ କୌଶଳ ଗୁଡିକ ବ୍ୟବହାର କରାଯିବା ଉଚିତ ତାହା ବର୍ଣ୍ଣନା କରିବା |
    • ମଡ୍ୟୁଲ୍ D: COVID-19 ଏବଂ ଅନ୍ୟ ଉଦୀୟମାନ ଶ୍ଵାସକ୍ରିୟା ଜୀବାଣୁର ପ୍ରତିରୋଧ ଏବଂ ପ୍ରତିକ୍ରିୟା:

      ଶିକ୍ଷାର ଉଦ୍ଦେଶ୍ୟ: କରୋନାଭାଇରସ୍ ଓ ଉଦୀୟମାନ ଶ୍ଵାସକ୍ରିୟା ରୋଗକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ରଣନୀତି ବର୍ଣ୍ଣନା କରିବା |